କଫି ୱିଥ କରନ-୬ରେ ନଜର ଆସିବେ ଅଜୟ-କାଜଲ

0

ମୁମ୍ବଇ : କରଣ ଜୋହରଙ୍କ ରିଆଲିଟି ସୋ କଫି ୱିଥ କରନ-୬ରେ ପୁଣିଥରେ ନଜର ଆସିବ ଅଜୟ ଦେବଗନ୍‍ ଓ କାଜଲ। ସାମାଜିକ ଗଣମାଧ୍ୟମରେ ଫଟୋ ଅପଲୋଡ କରି ଉଭୟ କରଣ ଓ ଦେବଗନ୍‍ ଦମ୍ପତ୍ତି ଏହା ସୂଚନା ଦେଇଛନ୍ତି। ଖବରଅନୁସାରେ ୨୦୧୬ମସିହାରେ କରଣ ଓ ଅଜୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଥିଲା। ଏବେ ଏହା ଉପରେ ପୁର୍ଣ୍ଣଛେଦ ପଡିବାକୁ ଯାଉଛି। କଫି ୱିଥ କରନ-୬ ସୋର ଉପସ୍ଥାପକ କରଣ ଜୋହର ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ଅଜୟ ଓ କାଜଲ ନଜର ଆସିଛନ୍ତି। ଏହି ଫଟୋକୁ ଅପଲୋଡ କରି କରନ ଲେଖିଛନ୍ତି ଦୁଇ ପ୍ରତିଭାବାନ ପତି-ପତ୍ନୀଙ୍କୁ ଆଗାମୀ ଭାଗରେ ଆପଣ ଦେଖିବାକୁ ପାଇବେ।

ଖବରଅନୁସାରେ ୨୦୧୬ ମସିହାରେ ଅଜୟ ଦେବଗନ୍‍ଙ୍କ ଶିବାୟ ଏବଂ କରଣ ଜୋହରଙ୍କ ଏ ଦିଲ ହେ ମୁସକିଲ ଏକା ଦିନରେ ମୁକ୍ତିଲାଭ କରିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଥିବା ଖବର ଅ।।ସିଥିଲା।

Leave A Reply