ପଇଡ ପାଣି ପିଇବାର ଉଚିତ୍ ସମୟ

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯଦି ଠିକ୍ ସମୟରେ ଆମେ ପାଇଡ ପାଣି ପିଇବା ତେବେ ଏହାର ଲାଭ ଦୁଇ ଗୁଣ ହୋଇଥାଏ । ଆସନ୍ତୁ ଜାଣିବା ପଇଡ ପାଣି ପିଇବାର ସଠିକ୍ ସମୟ ବିଷୟରେ…….

୧. ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ଵ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମ୍ ହୋଇଥାଏ।

୨. ଗର୍ଭବତୀ ମହିଳାଙ୍କୁ ପଇଡ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଏହାର କାରଣ ହେଉଛି ଗର୍ଭବତୀ ମହିଳା ପଇଡ ପାଣି ପିଇବା ଦ୍ବାରା ବଦହଜମୀ ଓ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଫଳରେ ମା ଓ ଗର୍ଭସ୍ଥ ଶିଶୁ ଉଭୟ ସୁସ୍ଥ ରହିଥାନ୍ତି।

୩. ଭୋଜନ ପୂର୍ବରୁ ପଇଡ ପାଣି ପିଇଇବା ଉଚିତ୍ । ଫଳରେ କମ୍ ଖାଦ୍ୟ ଖାଇବା ସହ ପ୍ରାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ । ପେଟରେ ଅତ୍ୟାଧିକ ଚର୍ବି ସମସ୍ୟାରୁ ମୁକ୍ତି ମିଳେ।

୪. ନିୟମିତ ପଇଡ ପାଣି ପିଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।

୫. ଶୟନ ପୂର୍ବରୁ ପଇଡ ପାଣି ପିଇଲେ ଥକ୍କାପଣ ଓ ଚିନ୍ତାଗ୍ରସ୍ତ ଦୂର ହେବା ସହ ମସ୍ତିକ ସୁସ୍ଥ ରହିଥାଏ।

୬. ଯଦି ଆପଣ ବ୍ୟାୟାମ କରୁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ପଇଡ ପାଣି ପିଅନ୍ତୁ। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ।

Comments are closed.