ଦେଖିଛନ୍ତି କି ଏପରି ଅଦ୍ଭୁତ ନଡ଼ିଆ ଗଛ ; ଦେଖିବା ଓ ଜାଣିବା ପାଇଁ ପଢନ୍ତୁ…

ଭୁବନେଶ୍ୱର : ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ନର, ପଶୁ, ପକ୍ଷୀ, କୀଟ, ତରୁଲତା ସବୁ ଏଠାରେ ବିଦ୍ୟମାନ । କିନ୍ତୁ ଦିନକୁ ଦିନ ସଂସାରରେ ଅନେକ ବିଚିତ୍ର ଜିନିଷ ସବୁ ଦେଖିବାକୁ ମିଳୁଛି । ଯାହା ସୃଷ୍ଟିରେ ଏକ ବ୍ୟତିକ୍ରମ । ହେଲେ ସେମିତ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ବା ଦେଖିବାକୁ ମିଳିଛି କଟକ ସହର ଠାରୁ ୧୨ରୁ ୧୫ କି.ମି ଦୂରରେ।
ଏକ ନିଆରା ଗଛ ଦେଖିବାକୁ ମିଳିଛି କଟକ ସଦର ଅଞ୍ଚଳରେ। ଆମ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସାଧାରଣତଃ ନଡ଼ିଆ ଚାଷ କରାଯାଏ। ଆଉ ନଡିଆ ଗଛ ହେଉଛି ଶାଖା ବିହୀନ । ତେବେ କଟକ ସଦର ବ୍ଲକର ତାମ୍ପୁଡିପଡ଼ା ସ୍କୁଲ ପାଖରେ ରହିଛି ଏକ ଶାଖା ଥିବା ନଡ଼ିଆ ଗଛ ।  ଆହୁରି ଏକ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୁଖ୍ୟ ଗଛ ଏବଂ ଅନ୍ୟ ଶାଖାରେ ମଧ୍ୟ ନଡିଆ ଫଳୁଛି । ଏଭଳି ଶାଖା ଯୁକ୍ତ ନଡ଼ିଆ ଗଛ ବହୁତ କମ୍‍ ଦେଖିବାକୁ ମିଳୁଥିବା ବେଳେ ଅତି କମ୍‍ ଗଛରେ କିନ୍ତୁ ଫଳ ଆସିଥାଏ। ହେଲେ ଏଠାରେ ମୁଖ୍ୟ ଗଛ ଏବଂ ଅନ୍ୟ ଶାଖାରେ ମଧ୍ୟ ନଡିଆ ଫଳୁଛି । ଯାହା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ବିରଳ ଓ ଆଶ୍ଚର୍ଯ୍ୟ ଜନକ ଘଟଣା।
କେବେଠାରୁ ଗଛଟି ଏଭଳି ହୋଇଛି ତାହା ପ୍ରକୃତରେ ଜଣା ନହିଁ । କିନ୍ତୁ ଗଛଟି ବେଶ୍ ପୁରୁଣା । ପ୍ରାୟ ୫ରୁ ୬ ବର୍ଷ ହେବ ଏଥିରେ ଶାଖା ଆସିଥିବା ଏବଂ ବିଗତ ଦିନରେ ଫନି ଓ ବୁଲବୁଲ୍‍ ଭଳି ବାତ୍ୟା ଏହାର କ୍ଷତି ପହଞ୍ଚାଇ ପାରି ନାହିଁ ବୋଲି କହନ୍ତି ସ୍କୁଲର ସହକାରୀ ଶିକ୍ଷକ ବିରଞ୍ଜି ବେହେରା।
ଏବେ ଏହି ଗଛକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଆସିବାରେ ଲାଗିଛନ୍ତି।

Comments are closed.