ନଡିଆ ସୁପ୍‍ ନୁଡୁଲ୍ସ

ଆବଶ୍ୟକ ସାମଗ୍ରୀ
ନୁଡୁଲ୍ସ – ୨କପ
ଅଳ୍ପ ଅଦା – ଅଳ୍ପ
ମକା ମଞ୍ଜି – ୧କପ
ନଡିଆ ରସ – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ଛତୁ – ୧କପ
ଲେମ୍ବୁ ରସ – ୪ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପର୍ଯ୍ୟାପ୍ତ ପାଣି ଦେଇ ନୁଡୁଲ୍ସ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ଏଥିରେ ଲଙ୍କା,ଅଦା ପକାଇ କିଛି ସମୟ ଭାଜି ଦିଅନ୍ତୁ। ମକା ଓ ଛତୁ ପକାଇ ୨ ମିନିଟ ଯାଏଁ ଭାଜନ୍ତୁ। ଏଥିରେ ଲେମ୍ବୁ ରସ ଓ ନଡିଆ ରସ ପକାନ୍ତୁ। ଏଥିରେ ଲୁଣ ଓ ମସଲା ପକାନ୍ତୁ। ଏହାପରେ ନୁଡୁଲ୍ସ ପକାଇ ସୁପ୍‍ ହେବା ଯାଏଁ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ।

 

Comments are closed.