ନଡିଆ ପୁରୀ

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
କୋକନଟ ପାଉଡର – ୨ ଚାମଚ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଚିନି – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ଘିଅ – ୨ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ଗୁଜୁରାତି ଗୁଣ୍ଡ, ଘିଅ, କୋକନଟ ପାଉଡର, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଚିନିରେ ପାଣି ମିଶାଇ ଏହି ପାଣିରେ ଅଟାକୁ ଭଲ ଭାବେ ଚକଟି ରଖି ଦିଅନ୍ତୁ। ଚକଟା ଅଟାକୁ ୧୫ ମିନିଟ ରଖି ଦିଅନ୍ତୁ।ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏବେ ଚକଟା ଅଟାରୁ ଗୁଳା କରି ପୁରୀ ବେଲି ଦିଅନ୍ତୁ। ତେଲ ଗରମ ହେବା ପରେ ଏହାକୁ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡିଆ ପୁରୀ ।

Comments are closed.