କୋକୋନଟ୍‍ ପୁଡ଼ିଙ୍ଗ୍‍

ଆବଶ୍ୟକ ସାମଗ୍ରୀ
ନଡ଼ିଆ ରସ – ୩କପ
କର୍ଣ୍ଣଫ୍ଲୋର – ଅଳ୍ପ
ଚିନି – ୪ ଚାମଚ
ଲୁଣ – ସାମାନ୍ୟ
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ନଡ଼ିଆ ରସକୁ ଗରମ କରନ୍ତୁ। ଏବେ ଏଥିରେ କର୍ଣ୍ଣଫ୍ଲୋର ଓ ଚିନି ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ସାମାନ୍ୟ ଲୁଣ ଓ ଗୁଜୁରାତି ଗୁଣ୍ଡ ପକାଇ ପୁଣି ଗୋଳାନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ୧-୨ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ। ଫ୍ରିଜରୁ କାଢି ଏହାକୁ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା କୋକୋନଟ୍‍ ପୁଡ଼ିଙ୍ଗ୍‍।

Comments are closed.