MEllora 950×100

ତେଲ ଏକ ଗୁଣ ଅନେକ.. ମାତ୍ର ନିଜେ ପରୀକ୍ଷା କରନ୍ତୁ ଶୁଦ୍ଧତା

ଶୀତ ଦିନରେ ତ୍ବଚାକୁ କୋମଳ ଏବଂ ନରମ ରଖିବା ପାଇଁ ପ୍ରତିଦିନ ସ୍ନାନ ସାରି ବଡି ଲୋସନ ଲଗାଇବା ପରିବର୍ତ୍ତେ ନଡିଆ ତେଲ ମାଲିସ କରନ୍ତୁ । ନଡିଆ ତେଲରେ ଏସପିଏଫ  ରହିଥାଏ, ଯାହା ସନ୍ ଟ୍ୟାନରୁ ରକ୍ଷା କରେ ।

କଣ୍ଡିଶନର: ତ୍ବଚା ଭଳି କେଶ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ନଡିଆ ତେଲ । କେଶକୁ କୋମଳ ଓ ଆକର୍ଷଣୀୟ କରିବା ପାଇଁ ନଡିଆ ତେଲ ଗରମ କରି କେଶରେ ମାଲିସ କରନ୍ତୁ । ଏହା ପରେ ପ୍ଲାଷ୍ଟିକ୍ ବ୍ୟାଗ ବା କପଡାରେ ଢାଙ୍କି ରଖନ୍ତୁ । କିଛି ସମୟ ପରେ ଶ୍ୟାମ୍ପୁ କରି ଦିଅନ୍ତୁ ।

ଲିପ୍ ବାମ୍: ଶୀତ ଦିନ ରାତିରେ ଶୋଇବା ସମୟରେ ଓଠରେ ନଡିଆ ​‌ତେଲ ଲଗାନ୍ତୁ । ସକାଳୁ ଦେଖିବେ ଆପଣଙ୍କ ଓଠ କୋମଳ ହୋଇ ଯାଇଥିବ । ଆପଣ ଚାହିଁଲେ ଦିନରେ ମଧ୍ୟ ଲିପ୍ ବାମ ପରିବର୍ତ୍ତେ ନଡିଆ ତେଲ ବ୍ୟବହାର କରି ପାରିବେ ।

ମେକଅପ୍ ରିମୁଭର: ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ମେକଅପ୍ ଛଡାଇବାରେ ସବୁଠୁ ଶସ୍ତା ଓ ସହଜ ଉପାୟ ହେଉଛି ନଡିଆ ତେଲ । ନଡିଆ ତେଲରେ ମେକଅପ୍ ସଫା କରିବା ଦ୍ବାରା ତ୍ବଚାରୁ କେମିକାଲ ସମ୍ପୂର୍ଣ୍ଣ ରୂପେ ବାହାରି ଯାଇଥାଏ । ଏହା ସହ ତ୍ବଚା ଚିକ୍କଣ ଓ କୋମଳ ରହିଥାଏ ।

ଚିକ୍କଣ ବା ଉଜ୍ବଳ ତ୍ବଚା: ତ୍ବଚାକୁ ଉଜ୍ଜଳ କରିବା ପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ । ମେକଅପ୍ ନେବା ପୂର୍ବରୁ ତ୍ବଚାରେ ଅଳ୍ପ ବୁନ୍ଦା ନଡିଆ ତେଲ ତ୍ବଚାରେ ମାଲିସ କରନ୍ତୁ । ପରେ ଫାଉଣ୍ଡେସନ ବା ଅନ୍ୟ ମେକଅପ୍ ସାମଗ୍ରୀ ଲଗାଇ ପାରିବେ । ଏହା ଦ୍ବାରା ଆପଣଙ୍କ ତ୍ବଚା ଆକର୍ଷଣୀୟ ଲାଗିବ ।

ରଙ୍ଗ ସଫା ଓ ଦାଗରୁ ମୁକ୍ତି ପାଇଁ: ନଡିଆ ତେଲରେ ଲେମ୍ବୁ ରସ ମିଶାଇ ପ୍ରିତିଦିନ ତ୍ବଚାରେ ମାଲିସ କରନ୍ତୁ । ଏହା ଦ୍ବାରା ରଙ୍ଗ ସଫା ହେବା ସହ ମୁହଁରୁ କଳା ଦାଗ ଦୂର ହେବ । ଏହି ମିଶ୍ରଣକୁ କଳା ପଡିଥିବା ଆଣ୍ଠୁ ଓ କହୁଣୀରେ ଲଗାଇ ପାରିବେ ।
ଜାଣନ୍ତୁ କେଉଁ ଉପାୟରେ ନଡ଼ିଆ ତେଲର ଶୁଦ୍ଧତା ପରୀକ୍ଷା କରାଯାଇପାରିବେ..
ଏକ କାଚ ଗ୍ଲାସରେ କିଛି ନଡ଼ିଆ ତେଲ ରଖନ୍ତୁ। ଏହାପରେ ଏହାକୁ ନେଇ ୩୦ ମିନିଟ ଫ୍ରିଜରେ ରଖନ୍ତୁ। ମାତ୍ର ଡ଼ି-ଫ୍ରିଜରେ ରଖିବେ ନାହିଁ।
୩୦ ମିନିଟ ପରେ ଏହାକୁ କାଢି ଦେଖନ୍ତୁ। ଯଦି ଗ୍ଲାସରେ ରଖିଥିବା ଏହି ତେଲରେ ଅନ୍ୟ କିଛି ଦ୍ରବ୍ୟ ମିଶିଥାଏ, ତେବେ ଗ୍ଲାସ ଭିତରେ ନଡ଼ିଆ ତେଲ ଉପରକୁ ଏକ ଆସ୍ତରଣ ହୋଇ ରହିବ ଓ ଅନ୍ୟ ପଦାର୍ଥ ତଳକୁ ଅନ୍ୟ ଏକ ଆସ୍ତରଣ ହୋଇ ରହିବ।
ଯଦି କୌଣସି ଆସ୍ତରଣ ସୃଷ୍ଟି ନହୁଏ, ତେବେ ଜାଣିବେ ନଡ଼ିଆ ତେଲ ଶୁଦ୍ଧ ଅଟେ।

Comments are closed.