ଖରାରେ ପ୍ରସ୍ତୁତ କରନ୍ତୁ କୋକୋନଟ୍ ମକଟେଲ  

ଗରମରେ ଥଣ୍ଡା ପାଣି ପିଇବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ଆଜିକାଲି ଅନେକ ଲୋକେ ମୃଦୂ ପାନୀୟରେ ପ୍ରସ୍ତୁତ ମକଟେଲ ପିଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହା ଶରୀର ପାଇଁ ଲାଭଦାୟକ ନୁହେଁ । ଗରମରେ ପଇଡ ପାଣି ହେଉଛି ସବୁଠାରୁ ଉତ୍ତମ । ଯଦି ଆମେ ପଇଡ ପାଣିକୁ ମକଟେଲ କରି ପିଇବା ତେବେ ତା’ର ମଜା ନିଆରା । ତେବେ ଆସନ୍ତୁ ଜାଣିବା ପଇଡ ପାଣିରେ ମକଟେଲ ପ୍ରସ୍ତୁତର ଉପାୟ …

ଆବଶ୍ୟକୀୟ ସାମଗ୍ରୀ :

ଏକ ଗ୍ଲାସ ପଇଡ ପାଣି
ଫାଳେ ଲେମ୍ବୁ
ଚିନି ପାଉଡର
ଏକ ଛୋଟ ଚାମଚ ମହୁ
୪ରୁ ୫ଟି ପୁଦିନା ପତ୍ର
୩ରୁ ୪ଟି ବରଫ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପଇଡ ପାଣିକୁ ଫ୍ରିଜରେ ରଖି ଥଣ୍ଡା କରି ଦିଅନ୍ତୁ । ଏକ ମିକ୍ସଚର ଜାରରେ ଫାଳେ ଲେମ୍ବୁ, ଚିନି ପାଉଡର, ଚାମଚ ମହୁ ଏବଂ ପୁଦିନା ପତ୍ର ପକାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ପରେ ସେଥିରେ ପଇଡ ପାଣି ମିଶାଇ ପୁଣି ଥରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କୋକୋନଟ୍ ମକଟେଲ  । ଏହାକୁ ଗ୍ଲାସକୁ ଆଣି ବରଫ ଖଣ୍ଡ, ଲେମ୍ବୁ ଓ ପୁଦିନା ପତ୍ର ପକାଇ ପିଅନ୍ତୁ ।

Comments are closed.