ସେଓ ନଡ଼ିଆ ମିଲ୍କ ସେକ୍‍

ସେଓ ନଡ଼ିଆ ମିଲ୍କ ସେକ୍‍ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ….
ଆବଶ୍ୟକ ସାମଗ୍ରୀ
ସେଓ – ୧କପ
ଖିର – ୨କପ (ସିଝା ଖିର)
ନଡ଼ିଆ ଗୁଣ୍ଡ – ୨ଚାମଚ
ଗୋଲାପ ଜଳ – ଅଳ୍ପ
କାଜୁ , ବାଦାମ – ଆବଶ୍ୟକ ପରିମାଣରେ
ମହୁ – ୧ଚାମଚ
ପ୍ରସ୍ତୁତ ପ୍ରଣାଳି – ପ୍ରଥମେ ସେଓ , ସିଝା ଖିର, ନଡ଼ିଆ ଗୁଣ୍ଡ, କାଜୁ , ବାଦାମ, ଗୋଲାପ ଜଳକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏକ ଗ୍ଲାସକୁ କାଢି ଏଥିରେ ମହୁ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସେଓ ନଡ଼ିଆ ମିଲ୍କ ସେକ୍‍।

 

Comments are closed.