କାମକରୁ ଥିଲେ ଶ୍ରମିକ ; ବାହାରିଲା ବିରାଟକାୟ କୁମ୍ଭୀର

ଗୁଜରାଟ : ଗୁଜରାଟର ଭଦୋଦରାର କେଲନପୁର ଅଞ୍ଚଳରେ ଏକ ନିର୍ମାଣଧୀନ ସ୍ଥାନରେ ଥିବା ଗାତରୁ କିଛି ଦିନ ପୂର୍ବରୁ ଏକ ୧୧ ଫୁଟ ଲମ୍ବର ଏକ ବିଶାଳକାୟ କୁମ୍ଭୀର ଉଦ୍ଧାର ହୋଇଛି। ଉକ୍ତ ସ୍ଥାନରେ କାର୍ଯ୍ୟରତ ଥିବା ଶ୍ରମିକମାନେ କୁମ୍ଭୀରଟିକୁ ଦେଖି ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଲୋକେ ବିଶାଳକାୟ କୁମ୍ଭୀରଟିକୁ ଦେଖି ଆଶ୍ଚର୍ଯ୍ୟ ସହ ଭୟଭୀତ ହୋଇଯାଇଥିଲେ। ଏହାସହ ଲୋକେ ସାହସର ସହ କୁମ୍ଭୀରର କୌଣସି କ୍ଷତି ନକରି ଉକ୍ତ ସ୍ଥାନରୁ ବାହାରକୁ ବାହାର କରିଥିଲେ।
ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟି ୧୧ ଫୁଟ ଲମ୍ବ ସହ ଗାତରୁ ଉଦ୍ଧାର ହୋଇଛି ବୋଲି ଜଣାଇଥିଲେ। ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର ହେବା ପରେ ଡ଼ାକ୍ତରୀ ଟିମ ଦ୍ୱାରା ପରୀକ୍ଷା କରାଯିବା ସହ ସୁସ୍ଥ ଥିବା ଜଣାପଡିବା ପରେ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ା ଯାଇଛି।
ଏବେ ଉକ୍ତ ବିଶାଳକାୟ କୁମ୍ଭୀରଟିର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Comments are closed.