ଆସୁଛି କୋକାକୋଲାର ଦୁଗ୍ଧଜାତ ଦ୍ରବ୍ୟ

0

ନୂଆଦିଲ୍ଲୀ : ମୃଦୁ ପାନୀୟ କମ୍ପାନୀ କୋକୋକୋଲା ଭାରତରେ ପୁଣି ଥରେ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟ ପାଇଁ ପ୍ରସ୍ତୁତି ଚଳାଇଛି। ଆଗାମୀ ସେପ୍ଟେମ୍ବର ମାସରେ କୋକାକୋଲା ଦୁଇ କିମ୍ବା ତିନୋଟି ଦୁଗ୍ଧଜାତ ଦ୍ରବ୍ୟ ବଜାରରେ ପ୍ରବେଶ କରାଇବ ବୋଲି ଜଣାପଡିଛି। କମ୍ପାନୀ ନିଜର ଏହି ଦୁଗ୍ଧଜାତ ଦ୍ରବ୍ୟ ପାଇଁ ପୂରୁଣା ସାଥୀ ବିଓ ଡାଓରୀ କମ୍ପାନୀ ସହ ରାଜିନାମା କରିବ ବୋଲି ଜଣାପଡିଛି। ଏହାବ୍ୟତୀତ କମ୍ପାନୀ ପୂଜାଋତୁକୁ ନଜର ରଖି ଏ ସବୁ ଜିନିଷ ବଜାର ପ୍ରବେଶ କରାଯିବ ବୋଲି ସୂଚନା ଦେଇଛି।
ଭାରତ ସହ ଅନ୍ତର୍ଜାତୀୟ ବଜାରରେ କୋକାକୋଲା ମୃଦୁପାନୀୟ କମ୍ପାନୀ ଭାବେ ବେଶ୍‍ ପ୍ରସିଦ୍ଧି ଲାଭ କରିଛି। ଭାରତରେ ଏହା ବ୍ୟତୀତ କମ୍ପାନୀ ଫଳରସ ଓ ବଟଲଡ୍‍ ପାଣି ବ୍ୟବସାୟକରିଛି। ଏବେ ହେଲ୍‍ଥ ଡ୍ରିଙ୍କ୍‍ର କାରବାର ବୃଦ୍ଧି କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି।

Leave A Reply