ବିଷଧର ନାଗସାପ ଉଦ୍ଧାର

ଚୌଦ୍ୱାର :ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହିରେ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସଙ୍କ ଘର ନିକଟରୁ ଏକ ବିଷଧର ନାଗସାପ ଉଦ୍ଧାର କରାଯାଇଛି । ଏକ ଘର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଇଟା ଗଦା ଭିତରୁ ସାପଟି ବାହାରକୁ ବାହାରିଆସି ଫଣା ଟେକି ଫୁଙ୍କାର ଛାଡ଼ିବା ଫଳରେ ଶ୍ରମିକମାନେ ଭୟଭୀତ ହୋଇ କାର୍ଯ୍ୟଛାଡ଼ି ପଳାଇ ଯାଇଥିଲେ ।

ସ୍ଥାନୀୟ କିଛି ଯୁବକ କୌଶଳ କରି ସାପଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣା ପଡ଼ିଛି ।ସାପଟିର ଲମ୍ବ ୩ଫୁଟରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

Comments are closed.