ଧାମରା ବନ୍ଦର ରେଳପଥରୁ ଥମୁନି କୋଇଲା ଚୋରି : ଅନ୍ୟ ରାଜ୍ୟର ଟ୍ରକ ସହ ୨ଟ୍ରାକ୍ଟର ଜବତ

୩ ଡ୍ରାଇଭର ଗିରଫ

ଧାମରା : ଧାମରା ବନ୍ଦର ରେଳ ପଥରୁ କୋଇଲା ଚୋରୀକୁ ରୋକିବାରେ ପୁଲିସ ପ୍ରଶାସନ ନୟାନ୍ତ ହୋଇ ପଡିଥିବା ବେଳେ ଏହାର ମୁଖ୍ୟ ସୂତ୍ରଧର ଧାମରା ବନ୍ଦରର କିଛି ଅସାଧୁ କର୍ମଚାରୀ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି।
ଶନିବାର ବାଂଶଡା ଥାନା ଅଧିନସ୍ଥ ପଞ୍ଚୁଟିକ୍ରି ପଞ୍ଚାୟତର କାଦୁଆନାସୀ ଠାରେ ଝାଡଖଣ୍ଡ ରାଜ୍ୟର ଏକ ଟ୍ରକରେ କୋଇଲା ବୋଝେଇ ହେଉଥିବା ଖବର ବାଂଶଡା ପୁଲିସ ପାଖରେ ପହଞ୍ଚିଥିଲା।  ବାଂଶଡା ଥାନାଧିକାରୀ କରୁଣାକର ରାଉତ,ଏ ଏସ ଆଇ ଭାନୁ ଚରଣ ସିଂ ସଦଳବଳେ କାଦୁଆନାସୀ ଠାରେ ପହଞ୍ଚିବା ପରେ ୨ଟି ଟ୍ରାକ୍ଟରରେ କୋଇଲା ବୋଝେଇ ହୋଇ ଆସି  ଟ୍ରକରେ  ଲୋଡ କରାଯାଉଥିବା ବେଳେ ପୁଲିସ ଏହି ୩ଟି ଗାଡିକୁ ଜବତ କରି ଥାନାକୁ ଆଣିଥିଲା। ଟ୍ରକ ଚାଳକକୁ ଗିରଫ କରାଯାଇଥିବା ବେଳେ ଏହି ଟ୍ରକର ହେଲପର ଖସି ପଳାଇଯାଇଥିଲା। କିନ୍ତୁ କାଦୁଆନାସୀ ଗ୍ରାମର୨ଟି ଟ୍ରାକ୍ଟର ଚାଳକଙ୍କୁ ଗିରଫ କରି ସେମାନଙ୍କୁ ଥାନାକୁ ଅଣିଥିଲା । ସେମାନଙ୍କ ବୟାନକୁ ଭିତ୍ତି କରି ପୁଲିସ ଏକ ମକଦ୍ଦମା ରୁଜୁ କରିଛି। ୩ଜଣଙ୍କୁ କୋର୍ଟ ଚାଲାଣ କରି ଥିବା ବେଳେ ଏହି  କୋଇଲା ଚୋରୀରେ ଆଉ କେଉଁ ମାନେ ସଂପୃକ୍ତ ସେ ବିଷୟରେ ଅଧିକ ଅନୁସନ୍ଧାନ ଜାରି ରଖିଛି।

Comments are closed.