ମିନିଟ୍ରକ ସହିତ କାଠକୋଇଲା ଜବତ, ୧ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆଜି ଏକ କାଠ କୋଇଲା ବୋଝେଇ ମିନିଟ୍ରକକୁ ଜବତ କରାଯିବା ସହିତ ଧୃବ ଦାସ(୫୦) ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି। ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଅଞ୍ଚଳରୁ ୩୦ବସ୍ତା କାଠକୋଇଲା ବୋଝେଇ କରି କଟକ ଅଭିମୁଖେ ଯାଉଥିବା ଏକ ମିନିଟ୍ରକ ସଂପର୍କରେ ଖବର ପାଇଥିଲେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ମାଥୁର। ୫୫ନଂ ଜାତୀୟ ରାଜପଥର ପୁରୁଷୋତ୍ତମପୁର ନିକଟରେ ବନାଞ୍ଚଳ ଅଧିକାରୀ ଶ୍ରୀ ମାଥୁର ଓ ବନକର୍ମଚାରୀମାନେ ଜଗି ରହିଥିଲେ। ଚୋରା କାଠ କୋଇଲା ବୋଝେଇ ମିନିଟ୍ରକଟି ଦ୍ରୁତଗତିରେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବନକର୍ମଚାରୀମାନେ ଅଟକାଇ ଗାଡିକୁ ଜବତ କରିବାସହିତ ଅଭିଯୁକ୍ତ ଧୃବ କୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଏହି ଚଢାଉରେ ବନପାଳ ସରୋଜ ପଣ୍ଡା, ରାକେଶ କୁମାର ଦଳାଇ, ରମାକାନ୍ତ ବଳବନ୍ତରାୟ ଯୋଗ ଦେଇଥିଲେ।

Comments are closed.