୧ଲକ୍ଷ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ କୋଲ୍‍ ଇଣ୍ଡିଆ ଲିମିଟେଡ୍‍

କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ୨୦୨୩-୨୪ ସୁଦ୍ଧା ୫ଶହଟି ପ୍ରକଳ୍ପରେ ୧ଲକ୍ଷ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୋଇଲା ଉତ୍ତୋଳନ, କୋଇଲା କ୍ଷେତ୍ର ମୌଳିକ ଢ଼ାଞ୍ଚା ଓ ପ୍ରକଳ୍ପ ବିକାଶ ଭଳି ପ୍ରକଳ୍ପ ରହିଛି। କୋଇଲା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ଓ ୨୦୨୩-୨୪ ସୁଦ୍ଧା ଶହେ କୋଟି ଟନ୍‍ କୋଇଲା ଉତ୍ପାଦନର ଲକ୍ଷ୍ୟ ହାସଲ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।

କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ୧୪ ହଜାର ୨୦୦ କୋଟି ଟଙ୍କା’ ୪୯ଟି ଫାଷ୍ଟ୍‍ ମାଇଲ୍‍ କନେକ୍ଟିଭିଟି ପ୍ରକଳ୍ପରେ
ନିବେଶ କରିବ। ଫାଷ୍ଟ୍‍ ମାଇଲ୍‍ କନେକ୍ଟିଭିଟି ପ୍ରକଳ୍ପ ହେଉଛି କୋଇଲା ଖଣିରୁ କୋଇଲା ମହଜୁଦ ସ୍ଥାନ ପର୍ଯ୍ୟନ୍ତ କୋଇଲାର ପରିବହନ। ବର୍ତ୍ତମାନର ସଡ଼କପଥରେ କୋଇଲାର ପରିବହନ ସ୍ଥାନରେ କମ୍ପ୍ୟୁଟର ଭିତ୍ତିକ କୋଇଲା ନେବା ଆଣିବା ବୈଷୟିକ ଜ୍ଞାନର ବିକାଶ କରାଯାଉଛି।

Comments are closed.