ଘରୋଇ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ କୋଚିଂ ସେଣ୍ଟର ଭିତରୁ ଧୂଆଁ ବାହାରୁ ଥିବାର କିଛି ଲୋକ ଦେଖିଥିଲେ। ତାପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲା। ଅଜ୍ନିକାଣ୍ଡରେ କମ୍ପ୍ୟୁଟର, ବହି ଓ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଯାଇଛି। ସକାଳ ୮ଟା ସମୟରେ କୋଚିଂ ସେଣ୍ଟରରେ ପାଠପଢା ଆରମ୍ଭ ହୁଏ। ତେଣୁ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ।  ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

Leave A Reply