ସିଏମ୍‌ସି ଆସନ ସଂରକ୍ଷଣ ମାମଲାରେ ୭ ଜଣଙ୍କୁ ନୋଟିସ୍‌ ଜାରି କଲେ ହାଇକୋର୍ଟ

0

କଟକ: ସିଏମ୍‌ସି ବା କଟକ ମହାନଗର ନିଗମରେ ଆସନ ସଂରକ୍ଷଣ ମାମଲାରେ ୭ ଜଣଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି ।  ରାଜ୍ୟ ନିର୍ବାଚନ କମିଶନଙ୍କ ସହ ୭ ଜଣଙ୍କୁ ଏ ବିଷୟରେ ନିଜର ଉତ୍ତର ରଖିବାକୁ  ଅଦାଲତ ନିର୍ଦେଶ ଦେଇଛନ୍ତି  ।

କିଛି ଦିନ ତଳେ କଟକ ମହା ନଗର ନିଗମର ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା ।  ଏଥିରେ ଓ୍ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

Leave A Reply