ସ୍ୱାମୀ ପରିତ୍ୟକ୍ତାଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କାର ସହାୟତା ଭତ୍ତା ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ତିନି ତଲାକ ପୀଡ଼ିତାଙ୍କ ସମେତ ସବୁ ଧର୍ମର ସ୍ୱାମୀ ପରିତ୍ୟକ୍ତା ପାଇଁ ବର୍ଷକୁ ୬ ହଜାର ଟଙ୍କାର ସହାୟତା ଭତ୍ତା ଘୋଷଣା କରିଛନ୍ତି। ଯୋଗୀ ବୁଧବାର ପୂର୍ବାହ୍ଣରେ ତିନି ତଲାକ ପୀଡ଼ିତାଙ୍କୁ ଭେଟି ଉପରୋକ୍ତା ଘୋଷଣା କରିଛନ୍ତି।

ଯୋଗୀ ଘୋଷଣା କରିଛନ୍ତି ଯେ ତିନି ତଲାକ ପୀଡ଼ିତାଙ୍କ ସମେତ ସବୁ ଧର୍ମର ସ୍ୱାମୀ ପରିତ୍ୟକ୍ତାଙ୍କ ମହିଳାଙ୍କୁ ବର୍ଷକୁ ୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହାବାଦ ପ୍ରଧାନମନ୍ତ୍ରୀ ଆବାସ ଏବଂ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯିବ। ସ୍ୱାମୀ ପରିତ୍ୟକ୍ତାଙ୍କୁ ସରକାରୀ ଚାକିରି ଦିଆଯିବା ସହ ସେମାନଙ୍କ ମୋକଦ୍ଦମା ମାଗଣା ଲଢାଯିବ। ରାଜ୍ୟର ବିଜେପି ସରକାରରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ସଂଖ୍ୟାଲଘୁ ମୁସଲମାନ ମହିଳାଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି। ତିନି ତଲାକ ପୀଡ଼ିତାଙ୍କୁ ସମ୍ବୋଧିତ କରି ଯୋଗୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ସ୍ଲୋଗାନକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରୁଛୁ। ସମସ୍ତଙ୍କୁ ସମ୍ମାନର ସହ ଜୀବନ ନିର୍ବାହନ କରିବାର ଅଧିକାର ଅଛି। ଏହି ଅବସରରେ ତିନି ତଲାକ ପୀଡ଼ିତାମାନେ ଯୋଗୀଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରାଇଥିଲେ।

Comments are closed.