ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ, ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ। ଏକ ଉନ୍ନତ ଜାତି ନିର୍ମାଣ ପାଇଁ ଶିକ୍ଷା, ତାଲିମ ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ସାଙ୍ଗକୁ ସମ୍ବେଦନଶୀଳ ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖି ଆମର ମାନବସମ୍ବଳକୁ ପ୍ରତିପୋଷଣ କରିବା ନିମନ୍ତେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Comments are closed.