ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ ; ଶିଶୁ ଦିବସ ପାଳିଲେ, ଚକୋଲେଟ ବାଣ୍ଟିଲେ

0

ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଶିଶୁ ଦିବସ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଚକୋଲେଟ ବାଣ୍ଟି ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି।
ଶିଶୁ ଦିବସ ଅବସରରେ ଘାଟିକିଆ କଳିଙ୍ଗ ବିହାରର ଦି ଉଇଜଡମ ଟ୍ରି ଗ୍ଲୋବାଲ ସ୍କୁଲର ୨ରୁ ୪ବର୍ଷ ବୟସର କିଣ୍ଡର ଗାର୍ଟେନର ପିଲାମାନେ ଆଜି ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ବିତାଇ ଥିଲେ। କୁନି ପିଲାମାନଙ୍କ ସହ ସମୟ ବିତେଇ, ଚକୋଲେଟ ବାଣ୍ଟି ଓ ସେମାନଙ୍କ ସହ ଫଟୋ ଉଠାଇ ବେଶ ଖୁସି ଜଣାପଡୁଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଘରଚଟିଆ ଚଢ଼େଇର ବସା ଉପହାର ଦେଇଥିଲେ। ସୂଚନାଯୋଗ୍ୟ ଯେ ଘରଚଟିଆ ଚଢ଼େଇ ଏକ ବିଲୁପ୍ତପ୍ରାୟ ପ୍ରଜାତିର ପକ୍ଷୀ ଭାବେ ପରିଗଣିତ। ଏହାର ସୁରକ୍ଷା ଲାଗି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply