ବାଜପେୟୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ସର୍ବ ଦଳୀୟ ସ୍ମୃତି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର.- ଶୁକ୍ରବାରରେ ରାଜଧାନୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭରତ ରତ୍ନ  ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପାଇ ଅନୁଷ୍ଠିତ ହେବାକୁ ଥିବା ସର୍ବ ଦଳୀୟ ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶ ଗ୍ରହଣ କରିବେ ।  ବିଜେପି ପକ୍ଷରୁ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ସଭାରେ ଯୋଗ ଦେବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ଅପରାହ୍ନରେ ରାଜଧାନୀରେ ଥିବା ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଏହି ସ୍ମୃତି ସଭା ଆୟୋଜନ କରାଯ।ଇଛି । ଗୁରୁବାରରେ ବାଜପେୟୀଙ୍କର ଚିତାଭସ୍ମକୁ  ପୁରୀର ମହୋଦଧୀରେ ବିସର୍ଜନ କରାଯାଇଛି ।

Leave A Reply