ମହାକାଳପଡାରେ ବସୁଧା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

0

କେନ୍ଦ୍ରାପଡା : ମହାକାଳପଡା ବ୍ଲକ ସରୁମୁହିଁ ପେଟଛଲା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶନିବାର ଦିନ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲାର ୨୦୦ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମହାକାଳପଡା ବ୍ଲକର ୧୪୮ ଗ୍ରାମ ଓ ମାର୍ଶାଘାଇ ବ୍ଲକର ୫୨ ଗ୍ରାମକୁ ବିଶୁଦ୍ଧ ପିଇବା ପାଣି ମିଳିବ। ଏହି ପାନୀୟ ଜଳ ପ୍ରକଳ୍ପ ପ୍ରାୟ ୨୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ। ଏହି ପ୍ରକଳ୍ପ ଦ୍ବାରା କେନ୍ଦ୍ରାପଡା ବାସୀ ବିଶୁଦ୍ଧ ଜଳ ପାଇପାରିବେ।

ଦିନ ୧୧.୩୦ମିନିଟରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାସହ ପଞ୍ଚାୟତରାଜ ଓ ପାନୀୟ ଜଳବିଭାଗର ନୂଆ ଟୋଲଫ୍ରି ନମ୍ବର ଜାରି କରାଯାଇଛି। ଗ୍ରାମବାସୀମାନେ ୧୯୧୬ ନମ୍ବରକୁ କଲ କରି ନିଜ ଗ୍ରାମର ପାଣି ସମସ୍ୟା ବିଷୟରେ ଜଣାଇପାରିବେ।

Leave A Reply