ଟିଭିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ପାଳନ ହେଉଛି ରଥଯାତ୍ରା। ରତ୍ନବେଦୀରୁ ଆସି ରଥରେ ବିଜେ କରି ତିନି ରଥରେ ତିନି ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଗଡିଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି ତିନି ଠାକୁର। କଟକଣା ଅନୁଯାୟୀ ସମଗ୍ର ଶ୍ରଦ୍ଧାଳୁଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପ୍ରତିବର୍ଷ ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଯାଆନ୍ତି। ମାତ୍ର କଟକଣା ପାଇଁ ଘରେ ରହି ଘୋଷଯାତ୍ରା ଦେଖିଛନ୍ତି। ଏହାସହ ସମସ୍ତ ଜନସାଧାରଣଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

 

Comments are closed.