ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍‌-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ମଧ୍ୟରେ ଆଜି ଶ୍ରୀକ୍ଷେତ୍ର ପୁରୀଠାରେ ତିନିରଥରେ ଶ୍ରୀଜୀଉମାନଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ ଦୂରଦର୍ଶନର ସିଧା ପ୍ରସାରଣ ଜରିଆରେ ମହାପ୍ରଭୁଙ୍କର ଏହି ଦିବ୍ୟ ବେଶକୁ ଦର୍ଶନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦୂରଦର୍ଶନ ସହଯୋଗରେ ଏହି ସିଧା ପ୍ରସାରଣକୁ ଅନ୍ୟ ଚ୍ୟାନେଲ୍‌ମାନଙ୍କ ସହିତ ସଂଯୁକ୍ତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍‌-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବ ଏବଂ ଜୀବନରେ ସୁଖସମୃଦ୍ଧି ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.