କରୋନା ମୃତ ଦୁଇ ସମ୍ବାଦିକଙ୍କ ପରିବାର ପାଇଁ ୧୫ ଲକ୍ଷ ଲେଖାଏଁ ସହାୟତା

ଭୁବନେଶ୍ଵର : କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। କରୋନାରେ ମୃତ ଦୁଇ ସମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ।


କରେନାରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ଏହି ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇସାରିଛନ୍ତି । ଗଞ୍ଜାମ ଜିଲାର ସମାଜ ଖବର କାଗଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ଜିଲ୍ଲାରେ ଇନାଡୁ (ନ୍ୟୁଜ୍‌ ଟୁଡେ) ପ୍ରତିନିଧି  କେ.ରତ୍ନମ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ।

Comments are closed.