ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’

କଟକ ସଦର/କନ୍ଦରପୁର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯୋଗ ଦେଇଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ମାତାମଠରୁ ରୋଡ ଶୋ’ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ କର୍ମୀ ଯୋଗ ଦେଇଥିଲେ। ଶୋଭାଯାତ୍ରା ଯୋବ୍ରା ବ୍ୟାରେଜ ଛକ, ମାଛ ମାର୍କେଟ ରେହେମାନ ଛକ, କଲେଜ ଛକ, ରାଣୀହାଟ, ବଜ୍ରକବାଟି ରୋଡ, ବାଦାମବାଡ଼ି, ମଧୁପାଟଣା, ଓଏମପି ଛକ ଦେଇ ଶିଖରପୁର ଛକଠାରେ ରାତି ପ୍ରାୟ ୮ଟାରେ ପହଞ୍ଚିଥିଲା। ପରେ ମୁଖ୍ୟମନ୍ତ୍ରୀ କନ୍ଦରପୁର ଅଭିମୁଖେ ଯାଇଥିଲେ। କଟକ ସଦର ଅଞ୍ଚଳର ୫ନଂ ଓ ୭ନଂ ଜୋନ, ବିରିବାଟୀ, କନ୍ଦରପୁର, କମରପଦା, ସୋମପୁର ଆଦି ଛକରେ ଶ୍ରୀ ପଟ୍ଟନାୟକ ସ୍ୱଳ୍ପ ସମୟ ରହି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ।

Comments are closed.