ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୁରୀ ଗସ୍ତରେ ଯାଇଛନ୍ତି। ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ୍‌ କରିଡର କାର୍ଯ୍ୟର ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ୫-ଟି ସଚିବ ଭି.କେ ପାଣ୍ଡିୟ୍ୟାନ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଗସ୍ତ କରିଛନ୍ତି।

ତେବେ ଅଠରନଳା, ବଗଲା ଧର୍ମଶାଳା ଓ ମାଉସୀ ମା’ ମନ୍ଦିର ନିକଟରେ କିଛି ଯୁବକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି। ସେମାନେ ଯୁବ କଂଗ୍ରେସ କର୍ମୀ ବୋଲି ଜଣା ପଡିଛି। ପୁଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି।

Comments are closed.