ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାଙ୍କ ଛାତ୍ରବୃତ୍ତିରେ ପରିବର୍ତ୍ତନ ହେବ ନାହିଁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାଙ୍କ ମାଟ୍ରିକ ପରବର୍ତ୍ତି ଛାତ୍ରବୃତ୍ତିରେ ପରିବର୍ତ୍ତନ ହେବନାହିଁ ବୋଲି ରବିବାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନେ ପ୍ରଚଳିତ ହାରରେ ଛାତ୍ରବୃତ୍ତି ପାଇବେ। ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲ୍ୟୁସନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ନଖୋଲିଲେ ମଧ୍ୟ ପିଲାମାନେ ଛାତ୍ରବୃତ୍ତି ପାଇପାରିବେ। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କୀତ ଫାଇଲଟିକୁ ବିଶେଷ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ ସେ ଆଦେଶ ଦେଇଛନ୍ତି।

 

Comments are closed.