ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର କରୋନା ସଂକ୍ରମଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ; ୮ଟି ଦିଗକୁ ଗୁରୁତ୍ବ

ଶିଳ୍ପ ସଂସ୍ଥାକୁ ମଜବୁତ କରିବା ପାଇଁ ଖୁବ ଶୀଘ୍ର ପ୍ରଣୟନ ହେବ ଆଦର୍ଶ ନୀତି

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବର ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର କରୋନା ସଂକ୍ରମଣ  ଓ ଏହାରପରିସ୍ଥିତି ସମ୍ପର୍କରେ ବିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି।  ଏଥିରେ ରାଜ୍ୟ ବାହାରୁ ଆସୁଥିବା ଶ୍ରିମକ ମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା , ଅସ୍ଥାୟୀ ସ୍ବସ୍ଥ୍ୟ ଶିବିର , ପରୀକ୍ଷଣ, କୋଭିଡ଼ ଚିକିତ୍ସା ପାଇଁ  ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରରେ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତ ଅପେକ୍ଷାକୃତ ଭଲ ରହିଥିବାରୁ ଏବଂ ଏହି ଦିଗରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମକରୁଥିବା ପ୍ରଶାସନ , ପୁଲିସ, ଶିକ୍ଷକ ଓ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌରସଂସ୍ଥାର କର୍ମଚାରୀ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନ କରି ଆଗାମୀ ଦିନରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ସ ଦେଇଥିଲେ। ଏହାସହ ମୁଖ୍ୟ ମନ୍ତ୍ରୀ ୮ଟି ଦିଗକୁ ଗୁରୁତ୍ବ ଦେଇଛନ୍ତି। ସେ ଗୁଡିକ ହେଲା-

୧- ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ।

୨- ସୁରତରୁ ଓଡିଶାକୁ ଦୀର୍ଘ ପଥ ବସରେ ଫେରିବା ସମୟରେ ଖାଇବା ପିଇବା ଅସୁବିଧା , ଅଂଶୁଘାତ , ଦୁର୍ଘଟଣା ଭଲି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାରେ ସମ୍ମୁଖିନ ହେଉଥିବାରୁ ସୁରତରୁ କେବଳ ଟ୍ରେନ ଯୋଗେ ଫେରିବା ପାଇଁ ଅନୁମତି ଦିଆଯିବ।

୩- ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ବାଭାବିକ କରାଯିବ।

୪- ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏକ ଆଦର୍ଶ ନୀତି ପ୍ରଣୟନ କରିବେ ।

୫- ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ।

୬- ମିଶନ ଶକ୍ତିର ମାଆ ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି। ତଣୁ ସେମାନଙ୍କୁ ପ୍ରତି ମିଲ ପିଛା ଅଧିକ ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିରୁ ଯୋଗାଇ ଦିଆଯିବ।

୭-  ଗଞ୍ଜାମ , କେନ୍ଦ୍ରାପଡ଼ା, ଭଦ୍ରକ , ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲା ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି , ତା ଉପରେ ସ୍ବତସନ୍ତ୍ର ଦୃଷ୍ଟି ଦିଆଯିବା ।

୮-  ଆଗାମୀ ଖରିଫ ଋତୁ ପାଇଁ ବିହନ  ଏବଂ ଅନ୍ୟାନ୍ୟ କୃଷି ଉପକକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ , ସେ ଦିଗରେ ପଦକ୍ଷେପ ନିଆଯିବ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦୈନିକ ୩୫୦୦ ଟେଷ୍ଟି କରାଯାଉଛି ଏବଂ ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ ସୁବିଧାରେ ବିକାଶ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟିଂ ହୋଇଥିବା ବେଳେ ଏଥିମଧ୍ୟରୁ ୧୭୦ଟି ପଜିଟିଭ ଆସିଛି । ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୭୭୩ଟି ଟେଷ୍ଟିଂ ହେଉଥିବା ବେଳେ ପ୍ରତି ୧୦ ଲକ୍ଷରେ ହଜାର ଟେଷ୍ଟି କରାଯାଉଛି। ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା , ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Comments are closed.