ହିରୋସୀମା ଆମକୁ ପରମାଣୁ ବୋମାର ପ୍ରୟୋଗର ଅବ୍ୟକ୍ତ ଦୁଃଖ ଏବଂ ଶୋକପୂର୍ଣ୍ଣ ଘଟଣା ସଂପର୍କରେ ମନେ ପକାଇଦିଏ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିରୋସୀମା ଦିବସ ଉପଲକ୍ଷେ କହିଛନ୍ତି ଯେ ହିରୋସୀମା ଆମକୁ ପରମାଣୁ ବୋମାର ପ୍ରୟୋଗର ଅବ୍ୟକ୍ତ ଦୁଃଖ, ଧ୍ୱଂସ, ଅବର୍ଣ୍ଣନୀୟ ଏବଂ ଶୋକପୂର୍ଣ୍ଣ ଘଟଣା ସଂପର୍କରେ ମନେ ପକାଇଦିଏ । ମାନବ ଜାତିର ଭବିଷ୍ୟତ ପାଇଁ ପରମାଣୁ ଅସ୍ତ୍ର ଯେପରି ଆମ ନିୟନ୍ତ୍ରଣରେ ରହି ସର୍ବକାଳୀନ ଶାନ୍ତି ସ୍ଥାପନରେ ସହାୟକ ହେବ, ସେଥିପ୍ରତି ସମସ୍ତେ ଏକତି୍ରତ ହେବାକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଅହମଦାବାଦ୍‌ସ୍ଥିତ ଏକ କୋଭିଡ୍‌ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖକୁ ସହନ କରିବା ନିମନ୍ତେ ଶକ୍ତି ମିଳୁ ବୋଲି ସେ କହିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Comments
Loading...