ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଦେଶ ସମେତ କିଛି ରାଜ୍ୟରେ ହୁ ହୁ ହୋଇ ପଜିଟିଭ ସଂଖ୍ୟା ବଢୁଥିବାରୁ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିବେ। ଅପରାହ୍ନରେ ପ୍ରାୟ ୫ଟା ରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ବୈଠକରେ ମୁଖ୍ୟ ଶାସନ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସବୁ ଜିଲ୍ଲାପାଳ ଉପସ୍ଥିତ ରହିବେ। କୋଭିଡ ସଂକ୍ରମିତ ବୃଦ୍ଧିକୁ ଦୃଷ୍ଟରେ ରଖି ୧୦ଟି ଜିଲାରେ ଗତକାଲିରୁ ନାଇଟକର୍ଫ୍ୟୁୁ ଲାଗୁ କରାଯାଇଥିବା ବେଳେ ଅନ୍ୟ ଜିଲା ପାଇଁ କ’ଣ ନିୟମାବଳୀ ରହିବ ସେନେଇ କିଛି ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି।

 

 

Comments are closed.