ଦୃଶ୍ୟଶ୍ରାବ୍ୟ ଐତିହ୍ୟର ସଂରକ୍ଷଣ ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ୱ ଦୃଶ୍ୟଶ୍ରାବ୍ୟ ଐତିହ୍ୟ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌-୧୯ ସାରା ବିଶ୍ୱରେ ସଂକ୍ରମିତ ହେବା ଫଳରେ ପାରମ୍ପରିକ ଜ୍ଞାନ ବ୍ୟବସ୍ଥା, ବିଶେଷ କରି ଆମର କାଗଜାତ ସଂରକ୍ଷଣ ଐତିହ୍ୟ ପ୍ରତି ବିରାଟ ଆହ୍ୱାନ ସୃଷ୍ଟି କରିଛି। ଆମର ଜ୍ଞାନଭଣ୍ଡାରକୁ ସଂରକ୍ଷିତ ରଖିବା ଓ ଏସବୁ ଜନସାଧାରଣ ଜାଣିବା ବ୍ୟବସ୍ଥାକୁ ଉନ୍ନତ କରିବାରେ ଫଳପ୍ରଦ ନୀତି ମାଧ୍ୟମରେ ଦୃଶ୍ୟଶ୍ରାବ୍ୟ ଐତିହ୍ୟର ସଂରକ୍ଷଣ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments are closed.