ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀକୁ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଜି ଏହାର ସମୀକ୍ଷା କରିବା ପାଇଁ ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଛନ୍ତି। ପୁରୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେହିପରି ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟର ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ୍‌ କରିଡର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କାମ କେମିତି ଚାଲିଛି ଅନୁଧ୍ୟାନ କରିବାକୁ ପୁରୀ ଆସିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାର କହିଛନ୍ତି ଯେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌ ଅନୁସାରେ କାମ ଚାଲିଛି। ବେଢ଼ା ପରିକ୍ରମଣ କରିବା ସହ ୩ ମାସରେ ଜମି ଅଧିଗ୍ରହଣ ସାରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଜାନୁଆ ୧ ମଧ୍ୟରେ ଜମି ଅଧିଗ୍ରହଣ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜମି ଅଧିଗ୍ରହଣ ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଅପରପକ୍ଷରେ  ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ କିଛି ଯୁବକ କଳାପତାକା ପ୍ରଦର୍ଶନ କରିଛନ୍ତି। ମାଉସୀମା’ ମନ୍ଦିର ନିକଟରେ କିଛି ଯୁବକ କଳା ପତାକା ପ୍ରଦର୍ଶନ କରିଛନ୍ତି। କିଛି ଯୁବକକଳା ପତାକା ଧରି ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ନିକଟକୁ ଆସିଥିଲେ। ରାସ୍ତା ଉପରେ ବିକ୍ଷୋଭକାରୀ ଯୁବକଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ କାବୁ କଲାପରେ ଆଗକୁ ଗଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି। କଳାପତାକା ପ୍ରଦର୍ଶନକାରୀ କଂଗ୍ରେସ କର୍ମୀ ହୋଇଥିବା ସୂଚନା ମିଳିଛି।

Comments are closed.