ଓଡ଼ିଶାରେ ୬ ମାସରେ ପକ୍କା ଘର ନିର୍ମାଣ ୧,୪୮,୫୦୦

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ୬ ମାସ ମଧ୍ୟରେ ଓଡ଼ିଶାରେ ୧,୪୮,୫୦୦ ପକ୍କା ଘର ନିର୍ମାଣ ହୋଇପାରିଛି । ବାସଗୃହ ନଥିବା ଏବଂ କଚ୍ଚା ଘରେ ରହୁଥିବା ଲୋକମାନଙ୍କ ପାଇଁ ପକ୍କା ଘର ନିର୍ମାଣ ଉପରେ ସବୁବେଳେ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ମହିଳା ଓ ତୃତୀୟଲିଙ୍ଗମାନଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଓଡ଼ିଶାରେ ବର୍ଜ୍ୟବସ୍ତୁ ଓ ପରିମଳ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଗୋଷ୍ଠୀଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସମ୍ମିଳିତ ସ୍ୱଚ୍ଛତା ଉପକ୍ରମ ସମ୍ବେଦନଶୀଳ ଲୋକଙ୍କୁ ସଶକ୍ତ କରିବା ସହ ଉତ୍ତମ ଗୋଷ୍ଠୀ ଭାଗୀଦାରିରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

Comments are closed.