ପିଲାଙ୍କ ମଧ୍ୟରେ ସମସ୍ୟା ସମାଧାନ କରିବାର ମନୋଭାବ ବିକାଶ କର – ମୁଖ୍ୟମନ୍ତ୍ରୀ

ଡେସ୍କ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ସମାଧାନ କରିବାର ମନୋଭାବ ବିକାଶ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୮ ନବନିଯୁକ୍ତ କଲେଜ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ନବ ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାଜ ଏହାର ସମସ୍ୟାର ସମାଧାନ କରି ଆଗକୁ ବଢ଼ୁଛି, ଏଣୁ ସମସ୍ୟାର ସମାଧାନ ମନୋଭାବ ବିକାଶ କରିବା ଏକାନ୍ତ ଆବଶ୍ୟକ।

ସେ କାହିଛନ୍ତି, ଆମକୁ ଜ୍ଞାନ ଆବଶ୍ୟକ ଯାହାକି ଆମର ସମସ୍ୟାର ସମାଧାନ କରିଥାଏ ଏବଂ ଜୀବନକୁ ପରିବର୍ତନ କରିଥାଏ। ଷ୍ଟାଫ୍‍ ସିଲେକସନ୍‍ ବୋର୍ଡ ଦ୍ୱାରା ୯୦୮ ଜଣ ନୂଆ କଲେଜ ଅଧ୍ୟାପକ ଓ ଅଧ୍ୟାପିକା ଚୟନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୩୯ ଜଣଙ୍କୁ ନିଯୁକ୍ତି ପତ୍ର ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ମିଳିବ।

Comments are closed.