ନୂତନ ଏଏସଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି) ଦ୍ୱାରା ପରିଚାଳିତ ଏଏସ୍‍ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ସଫଳ ପରୀକ୍ଷାର୍ଥୀମାନେ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍‍ ସେକ୍ସନ ଅଫିସର ଭାବେ ନିଯୁକ୍ତି ପାଇବେ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜାନୁଆରୀ ୨୦ ତାରିଖରେ ରାଜ୍ୟ ସଚିବାଳୟରେ ଖାଲି ପଡ଼ିଥିବା ୫୦୦ଟି ଏଏସ୍‍ଓ ପଦ ପୂରଣ ଲାଗି ଓପିଏସସି ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ନିଯୁକ୍ତି ଲାଗି ଓପିଏସସି ସୁପାରିଶ କରିଥିଲା। ଏମାନଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ସୋମବାର ଅନୁମୋଦନ କରିଛନ୍ତି।

Comments are closed.