ଟେଲିମେଡିସିନ ସହାୟତା ପାଇଁ ଡାକ୍ତରମାନଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଟେଲିମେଡିସିନ ସେବା ଆରମ୍ଭ କରିଛନ୍ତି। କରୋନା ସଂକ୍ରମଣର ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଗ ଧାଡ଼ିର ଯୋଦ୍ଧା ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇ ଟେଲିମେଡିସିନ ସେବା କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଆହ୍ୱାନରେ କହିଛନ୍ତି ଯେ ରାଜ୍ୟ ସରକାର କରୋନା ସଂକ୍ରମଣର ନିୟନ୍ତ୍ରଣ ଓ ମୁକାବିଲା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଏବେ ଆଉ ଗୋଟେ ପାଦ ଆଗକୁ ଯାଇ ରାଜ୍ୟ ସରକାର ଶୁଳ୍କ ମୁକ୍ତ ଟେଲିମେଡିସିନ ସେବା ଆରମ୍ଭ କରୁଛନ୍ତି। ଏଥିପାଇଁ ଶୁଳ୍କ ମୁକ୍ତ ନମ୍ବର ୧୪୪୧୦ ଜାରି କରିଛନ୍ତି। ଯେଉଁମାନେ କାଶ, ଜ୍ୱର, ଦୁର୍ବଳତା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି, ସେମାନେ ଏହି ଶୁଳ୍କ ମୁକ୍ତ ନମ୍ବରକୁ କଲ କରିପାରିବେ।

ରାଜ୍ୟବାସୀଙ୍କୁ ସହଜ ଟେଲିମେଡିସିନ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ଥିବା ଡାକ୍ତର ଓ ରାଜ୍ୟ ବାହାରର ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଡାକ୍ତରମାନେ ଏଥିପାଇଁ ପଞ୍ଜିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଡାକ୍ତରମାନଙ୍କ ପଞ୍ଜିକରଣ ପାଇଁ ଏକ ୱେବସାଇଟ ଖୋଲାଯାଇଛି। ସେହି ୱେବସାଇଟ ହେଉଛି www.bit.ly.IndiaTeleMed.

Comments are closed.