ନବୀନ ପଟ୍ଟନାୟକଙ୍କ ‘ଚମତ୍କାର ଡ଼ିଜିଟାଲ ଯାତ୍ରା’: ଟ୍ବିଟରରେ ଫଲୋଅର୍ସ ସଂଖ୍ୟା ଟପିଲା ୩୦ଲକ୍ଷ

ଏହି ସଫଳତା ପାଇବାରେ ହେଲେ ରାଜ୍ୟରେ ପ୍ରଥମ ରାଜନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଳିଛି ଆଉ ଏକ ସଫଳତା। ତାଙ୍କ ଟ୍ବିଟର୍‌ରେ ଫଲୋଅର୍ସଙ୍କ ସଂଖ୍ୟା ୩୦ଲକ୍ଷ ଟପିଛି। ୩୦ଲକ୍ଷ ଫଲୋଅର୍ସ ଟପିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଥମ ରାଜନେତା ବୋଲି ଜଣାପଡ଼ିଛି। ଏହାକୁ ମୁଖ୍ୟମନ୍ତ୍ରୀ ‘ଚମତ୍କାର ଡ଼ିଜିଟାଲ ଯାତ୍ରା’ ବୋଲି ଉଲ୍ଲେଖ କରି ଫଲୋଅର୍ସଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।


ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ଯାତ୍ରାରେ ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି। ରାଜ୍ୟର ପ୍ରଥମ ରାଜନେତା ଭାବରେ ଟ୍ବିଟରରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରିଛି। ଟ୍ବିଟରରେ ତାଙ୍କର ଫଲୋଅର୍ସ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ଏକ ‘ଚମତ୍କାର ଡ଼ିଜିଟାଲ ଯାତ୍ରା’ ବୋଲି ଉଲ୍ଲେଖ କରିଛନ୍ତି। ଆପଣମାନଙ୍କ ସ୍ନେହ ଓ ଶ୍ରଦ୍ଧା ଯୋଗୁ ଏହି ସଫଳତା ମିଳିପାରିଛି। ଆପଣମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ସମସ୍ତ ଫଲୋଅରମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ନିଜ ଟ୍ବିଟର ହ୍ୟାଣ୍ଡଲରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


ଏଠାରେ ସୂଚନା ଯୋଗ୍ୟ ଯେ ଦେଶ ବିଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଓ ସଙ୍ଗଠନ ଟ୍ବିଟରରେ ନବୀନଙ୍କୁ ଫଲୋ କରୁଛନ୍ତି। ଲୋକପ୍ରିୟତା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଥିବା ନିକଟରେ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି।

Comments are closed.