କାଲି କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ପୁଣି ଫେରିପାରେ ଲକଡାଉନ୍‌

ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଜିଲାରେ ବି ସଂକ୍ରମଣ ବଢ଼ିବାରେ ଲାଗିଛି, ଯାହା ଫଳରେ ସୋମବାର ୧୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ସ୍ଥିତି ବିଗୁଡୁଥିବାବେଳେ ଆସନ୍ତା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା।

ଏସଆରସିଙ୍କ ସୂଚନା ଅନୁସାରେ, ରାଜ୍ୟର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଲକଡାଉନ କି ଅନ୍ୟ କି ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ। ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ବିଭିନ୍ନ ସଚିବ, ଜିଲାପାଳ ଓ ଏସପିମାନଙ୍କ ସହିତ ସ୍ଥିତିର ସମୀକ୍ଷା କରିବେ। ପୁଣି ଥରେ ସରପଞ୍ଚ, ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ଵ ଦିଆଯିବ। ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ସେମାନେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁନର୍ବାର ସକ୍ରିୟ କରାଯିବ। ସେହିପରି ସହରର ଥିବା ମଲ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଏସଆରସି କହିଛନ୍ତି।

Comments are closed.