ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ, ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଭୁସ୍କଖଳନରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି।

ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନକୁ ନେଇ ସେ ଚିନ୍ତିତ ଅଛନ୍ତି। ଏଥିସହ ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି। ଏଭଳି ଦୁଃଖଦ ସମୟରେ ଉତ୍ତରାଖଣ୍ଡ ଜନତାଙ୍କ ସହିତ ମୋର ଭାବାବେଗ ରହିଛି ଓ ସେମାନଙ୍କ ସୁରକ୍ଷିତ ଜୀବନ ପାଇଁ ପ୍ରାର୍ଥନା କରୁଛି।

Comments are closed.