ଦେଶରେ କୋଭିଡ୍‌-୧୯ ସଂକଟ: ଓଡ଼ିଶା ୯ ଦିନରେ ୮ଟି ରାଜ୍ୟକୁ ଯୋଗାଇଛି ୩୪୧୧୦୩୨ ମେଟ୍ରିକ ଟନ୍‌ ଅମ୍ଳଜାନ

ଲକ୍‌ଡାଉନ୍‌ର କଡ଼ା ଅନୁପାଳନ କଲେ କୋଭିଡ୍‌ ସଂକ୍ରମଣର ହାର ହ୍ରାସ ପାଇବା ସହ ଅନେକ ଜୀବନ ସୁରକ୍ଷିତ ହେବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସମଗ୍ର ଦେଶରେ କୋଭିଡ୍‌-୧୯ ସଂକଟ ମଧ୍ୟରେ ଓଡ଼ିଶା ଗତ ୯ ଦିନ ମଧ୍ୟରେ ଆଠଟି ରାଜ୍ୟକୁ ୧୮୩ ଟି ଟ୍ୟାଙ୍କରରେ ୩୪୧୧.୦୩୨ ମେଟ୍ରିକ ଟନ୍‌ ଅମ୍ଳଜାନ ଯୋଗାଇ ଦେଇଛି। ଆବଶ୍ୟକ କରୁଥିବା ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ରାଜ୍ୟ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ରକ୍ତହୀନତାର ଗାଁ ଭାବେ ଦିନେ ପରିଚିତ ଥିବା ଅନୁଗୋଳ ଜିଲ୍ଲାର ମହୁଲନାଳୀ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଯାଉଛି । ୨୦୧୯ରେ ଗାଁରେ ୬୩ ପ୍ରତିଶତ ମହିଳା ରକ୍ତହୀନତାରେ ଆକ୍ରାନ୍ତ ଥିବାବେଳେ ରାଜ୍ୟ ସରକାରଙ୍କ ‘ରାଣୀ’ କାର୍ଯ୍ୟକ୍ରମ ଓ ସମସ୍ତଙ୍କ ସହଯୋଗ ଫଳରେ ଏବେ ଏହା ୨୩ ପ୍ରତିଶତ ହ୍ରାସ ପାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନର କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଇ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହି କଟକଣା ଲାଗୁ ହେଉନଥିବାବେଳେ ଲକ୍‌ଡାଉନ୍‌ରେ କୋଭିଡ୍‌ ଟିକାକରଣ ଏବଂ ପରୀକ୍ଷଣ କାର୍ଯ୍ୟ ଜାରି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କୋଭିଡ୍‌ର ଏହି ସଂକଟ ସମୟରେ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଆମେ ସଚେତନ ଏବଂ ସତର୍କ ହେବା ନିହାତି ଜରୁରୀ । କୋଭିଡ୍‌ ନିୟମ ମାନି ବ୍ୟକ୍ତିଗତ ସ୍ତରରେ ଏହି ଲକ୍‌ଡାଉନ୍‌ର କଡ଼ା ଅନୁପାଳନ କଲେ କୋଭିଡ୍‌ ସଂକ୍ରମଣର ହାର ହ୍ରାସ ପାଇବା ସହ ଅନେକ ଜୀବନ ସୁରକ୍ଷିତ ହେବ। ମୁଖ୍ୟମନ୍ତ୍ରୀ ସଚେତନ ହୋଇ ଲଢ଼ିବା ଏବଂ କରୋନାକୁ ହରାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ୍‌ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରି କହିଛନ୍ତି ଯେ କାର୍ଯ୍ୟରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ସମ୍ବାଦ ପ୍ରସାରଣ କରି ରାଜ୍ୟକୁ ଏକ ମହତ ସେବା ଦେଉଛନ୍ତି, ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କୋଭିଡ୍‌ଜନିତ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ଏବଂ ଆମର କୋଭିଡ୍‌ ବିରୋଧୀ ସଂଗ୍ରାମର ସେମାନେ ସମର୍ଥକ ଅଟନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ରାଜ୍ୟର ପ୍ରାୟ ୬୯୪୪ କାର୍ଯ୍ୟରତ ସାମ୍ବାଦିକଙ୍କୁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ଅଧୀନରେ ସାମିଲ କରାଯାଇଛି ଏବଂ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କରାଯାଇଛି। ଏହା ବ୍ୟତୀତ, କାର୍ଯ୍ୟ କରୁଥିବା ସମୟରେ କୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ସମ୍ବାଦିକଙ୍କ ନିକଟବର୍ତ୍ତୀ ସଂପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଏବଂ ଦେବେନ୍ଦ୍ର ସାମନ୍ତରାୟଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି। ଉଭୟଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତା ବିକାଶ ଅଭିଯାନ କାର୍ଯ୍ୟକାରୀ କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‌) ମର୍ଯ୍ୟାଦାଜନକ ସ୍କଚ୍‌ ପୁରସ୍କାର ଲାଭ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Comments are closed.