ମାସ୍କ ଆମର ସୁରକ୍ଷା କବଚ, ସାମାଜିକ ଦୂରତା ବଜାୟ ରଖିବା ପାଇଁ ନେବା ସଂକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଭିଡ୍‌-୧୯ ବିରୁଦ୍ଧରେ ସଂଗ୍ରାମ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଅଛି। ମାସ୍କ ଆମର ସୁରକ୍ଷା କବଚ, ଆମର ସୁରକ୍ଷା କବଚ ମାସ୍କକୁ ଛାଡ଼ିବା ନାହିଁ । ସମସ୍ତେ କୋଭିଡ୍‌-୧୯ ପ୍ରୋଟୋକଲ ଅନୁସରଣ କରି ସାମାଜିକ ଦୂରତା ବଜାୟ ରଖିବା ପାଇଁ ସଂକଳ୍ପ ନେବା ଦରକାର। ମହାମାରୀର ଦ୍ୱିତୀୟ ଲହରି ବିରୁଦ୍ଧରେ ପୂର୍ବପରି ଉତ୍ସାହ ଓ ନିଷ୍ଠାର ସହ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେ ଦେଖାଇ ଯାଇଥିବା ମାର୍ଗ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.