୫.୨୫ କୋଟି ଟଙ୍କା ବ୍ୟୟରେ ସ୍ଥାପନ ହେବ ଓଡ଼ିଶା ଥର୍ମାଲ କଟିଂ ଓ ୱେଲ୍‌ଡିଂ ଉତ୍କର୍ଷ କେନ୍ଦ୍ର

ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ସହିତ ମେସର କଟିଂ ସିଷ୍ଟମ୍‌ ଇଣ୍ଡିଆ ପ୍ରା. ଲିଃ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ଓଡ଼ିଶା ଥର୍ମାଲ କଟିଂ ଓ ୱେଲ୍‌ଡିଂ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଉଦ୍ଦେଶ୍ୟରେ ମେସର କଟିଂ ସିଷ୍ଟମ୍‌ ଇଣ୍ଡିଆ ପ୍ରା. ଲିଃ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ସ୍କିଲଡ୍‌ ଇନ୍‌ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି କଟିଂ ଓ ୱେଲ୍‌ଡିଂ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଜୟବାୟୁ ଅନୁକୂଳ ପୁଷ୍ଟିଶସ୍ୟକୁ ବୈଷୟିକ ସହାୟତା ଦେବା ଏବଂ ଅନ୍ୟ ଦେଶଗୁଡ଼ିକରେ ଓଡ଼ିଶା ମିଲେଟ୍‌ ମିଶନର ଅନୁଭୂତି ପ୍ରଦର୍ଶନ କରିବା ପାଇଁ ବିଶ୍ୱନୀତି ମତବିନିମୟ ଆୟୋଜନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍‌ ମିଶନ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଭାରତ ସହିତ ଏକ ରାଜିନାମା ସ୍ୱାକ୍ଷର କରିଛି । ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମଲଫି ପ୍ରଡକଫ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ୭ଟି ଜିଲ୍ଲାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରତି ଜିଲ୍ଲା ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ବୋଲି ସେ କହିଛନ୍ତି ।

Comments are closed.