କୃଷିଋଣ ଛାଡ଼ ପ୍ରସଙ୍ଗ ଅନୁଧ୍ୟାନ କରୁଛୁ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : କୃଷି ଋଣଛାଡ଼ ପ୍ରସଙ୍ଗକୁ ନେଇ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ଲାଗି ରହିଥିବା ବେଳେ ଓଡ଼ିଶା ସରକାର ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରାଜଧାନୀରେ ଆୟୋଜିତ ସର୍ଗିଫୁଲ ଉତ୍ସବର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସାମ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ସରକାର କୃଷି ଋଣ ଛାଡ କରିଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କି ପଦକ୍ଷେପ ନେବେ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା ଉପରେ ପରୀକ୍ଷା ନିରୀକ୍ଷା କରାଯାଉଥିବା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସୂଚନାରୁ କୃଷିୠଣ ଛାଡ ନେଇ ନିକଟ ଭବିଷ୍ୟତରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ବୋଲି ସ୍ପଷ୍ଟ ହୋଇଛି।
କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆସନ୍ତା ୮ ତାରିଖରେ ବିଜେଡି ସଂସଦ ଘେରାଉ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସେହିଦିନ କଂଗ୍ରେସ ଓ ବିଜେପି ରାଜ୍ୟରେ ଆନ୍ଦୋଳନ ଓ ବିକ୍ଷୋଭ ଡାକରା ଦେଇଛନ୍ତି। ଓଡ଼ିଶାରେ କୃଷି ଋଣ ଛାଡ଼କୁ ନେଇ ଜୋର ବିତର୍କ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ସୂଚନା କୃଷି ଋଣ ଛାଡ ପ୍ରସଙ୍ଗରେ ଗୁରୁତ୍ୱ ବହନ କରୁଛି।

Leave A Reply