ଆଇସିଆଇସିଆଇ ବ୍ୟାଙ୍କ କାର୍ୟ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: କୋଭିଡ୍‌-୧୯ ସମୟରେ ଭିନ୍ନକ୍ଷମଙ୍କୁ ଗମନାଗମନ ଏବଂ ବିଏମ୍‌ସିକୁ ସ୍ବାବ୍‌ ସଂଗ୍ରହ ପାଇଁ ଗାଡି ପ୍ରଦାନ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଛି।​ କୋଭିଡ୍‌ ପାଇଁ ଲାଗୁ କରାଯାଇଥିବା କଟକଣା ସମୟରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୩୦ ଜଣ ଭିନ୍ନକ୍ଷମଙ୍କୁ ଯାତାୟାତ ପାଇଁ ଗାଡି ପ୍ରଦାନ କରାଯାଇଥିଲା। ଏହାଛଡା ଏହି ସମୟରେ ଭୁବନେଶ୍ବର ସହର ମଧ୍ୟରେ ଭ୍ରାମ୍ୟମାଣ ସ୍ବାବ୍‌ ନମୁନା ସଂଗ୍ରହ ପାଇଁ ବ୍ୟାଙ୍କ ପକ୍ଷରୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏକ ଗାଡି ପ୍ରଦାନ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କର ଏତାଦୃଶ କାର୍ୟ୍ୟକୁ ଆଜି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ପ୍ରଶଂସା କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

Comments are closed.