ବିଶ୍ବ ପ୍ରକୃତି ସଂରକ୍ଷଣ ଏବଂ ହେପାଟାଇଟିସ୍‌ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସମ୍ପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତ ଜଡ଼ିତ। ପ୍ରକୃତି ସହିତ ସହାବସ୍ଥାନ ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଏହାକୁ ସୁସ୍ଥ ରଖିବା ନିମନ୍ତେ ଆମେ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ହେପାଟାଇଟିସ୍‌ ଦିବସ ଅବସରରେ କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଅଜାଣତରେ ହେପାଟାଇଟିସ୍‌ ସହ ବଞ୍ଚୁଛନ୍ତି । ଏହି ରୋଗର ପ୍ରତିଷେଧକ ଓ ଚିକିତ୍ସା ରହିଛି । ଏ ସଂପର୍କରେ ସଚେତନତା ଏବଂ ଚିକିତ୍ସା ସୁବିଧା ମାଧ୍ୟମରେ ହେପାଟାଇଟିସ୍‌ମୁକ୍ତ ଭବିଷ୍ୟତ ନିର୍ମାଣର ବିଶ୍ୱ ଲକ୍ଷ ହାସଲ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Comments are closed.