ଦେବସ୍ନାନ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଛନ୍ତି। ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦିବ୍ୟ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ଦର୍ଶନକୁ ବାରଣ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ସମନ୍ୱୟରେ ଦୂରଦର୍ଶନ ଓ ଅନ୍ୟ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ ଏବଂ ୱେବକାଷ୍ଟିଂ ମାଧ୍ୟମରେ ହୋଇଥିବା ଏହି ସ୍ନାନଯାତ୍ରାର ସିଧା ପ୍ରସାରଣରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ ।

Comments are closed.