ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗାନ୍ଧୀ ପ୍ରତିଷ୍ଠାନର ଅଧ୍ୟକ୍ଷ

0

ଭୁବନେଶ୍ୱର.- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାନ୍ଧୀ ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ସହ ଏକ ପ୍ରତିନିଧି ମଣ୍ଡଳ ଭେଟିଛନ୍ତି । ଗାନ୍ଧୀଜୀଙ୍କର ୧୫୦ତମ ଜନ୍ନ ବର୍ଷିକୀ ପାଳନ ବିଷୟରେ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରରେ ରାଜ୍ୟର ସମସ୍ତ ବ୍ଲକରେ ଜୟନ୍ତୀ ପାଳନ ସହ ଗାନ୍ଧୀଜୀଙ୍କର ରଚନା ବଳୀର ଓଡିଆ ଅନୁବାଦ ଓ ଜୀବନ କଥାର ପୁସ୍ତକ ବଣ୍ଟନ ବିଷୟରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଅନୁଗୁଳରେ ଥିବା ବାଜି ରାଉତ ଛାତ୍ରାବାସର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି  ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଙ୍କ ଜୀବନୀ କଥାର ଓଡିଆ ଅନୁବାଦ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡାକ୍ତର ବିଶ୍ୱଜିତ ଓ ବିରୂପାକ୍ଷ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply