ବସ୍‌ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ

0

ଭୁବନେଶ୍ୱର . – କଟକ ଜଗତପୁର ନିକଟରେ ମଇଁଷି ସହ ଧକ୍କା ଖାଇବା ପରେ ‘ଜଗନ୍ନାଥ’  ନାମକ ବସ୍‌ ମହାନଦୀ ଭିତରକୁ ଖସି ପଡିଛି । ପୋଲର ବାଡ ଭାଙ୍ଗିବାପରେ ବସ୍‌ଟି ପ୍ରାୟ ୩୦ ଫୁଟ୍‌ ତଳକୁ ଖସି ପଡିଛି । ଏଥିରେ ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଓଡ୍ରାଫ୍‌ ଦଳ ନିୟୋଜିତ ଅଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳକୁ ଜଣେ ମନ୍ତ୍ରୀ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଆହତମାନଙ୍କୁ ଚିକିତ୍ସାପାଇଁ  ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply