ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଜୀବନ କାମନା କରି ମା’ ସମଲେଇଙ୍କ ନିକଟରେ ପ୍ରାର୍ଥନା

ସମ୍ବଲପୁର: ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ମା’ ସମଲେଇଙ୍କ ନିକଟରେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଛି। ଏହି ଅବସରରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସଙ୍କ ନିର୍ଦ୍ଦେଶରେ ଜିଲ୍ଲା ବିଜେଡି ତରଫରୁ ଦୀପ ଦାନ ଏବଂ ହୀରାକୁଦ ସ୍ଥିତ ଧନକୋଉଡ଼ା କଳ୍ପତରୁ ସେବା ଶିକ୍ଷାଶ୍ରମର ସ୍ଵଧାର ଗୃହ ଓ ବାଳିକାଶ୍ରମ ଠାରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ଫଳ ଓ ମିଃଷ୍ଠାନ ବଣ୍ଟନ କରାଯାଇଛି। ସମସ୍ତଙ୍କୁ ମାସ୍କ ବଣ୍ଟନ ସହ କରୋନା ମହାମାରୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ଓ ସେମାନେ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେ ନେଇ ସଚେତନ କରାଯାଇଥିଲା।

ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି, ବରିଷ୍ଠ ଆଇନଜୀବୀ ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ପୂର୍ବତନ କାଉଁନସିଲର ସୁଶାନ୍ତ ପାଣିଗ୍ରାହୀ, ଦିଲୀପ ଦାଶ, ଲିଙ୍ଗରାଜ ତ୍ରିପାଠୀ, ଆଶିଷ ମିଶ୍ର, ଶିଶିର ମହାନ୍ତି, ଧର୍ମରାଜ ମରେଈ, ନାରୀ ନେତ୍ରୀ ଉର୍ମିଳା ପଣ୍ଡା, ସୁବର୍ନ ନାୟକ, ମିତାଲି ସାହୁ, ଯୁବ ନେତା ସୌମେନ୍ଦ୍ର ହୋତା, ନିଶିଥ ଆକାଶ, ଅମିତ ନାଥ, ଦୀନେଶ ସେଠ, ବୁଧୁରମ ମୁର୍ମୁ, ସୁବାଶିଷ ପଣ୍ଡା, ସରତ ସଥପଥି, ଜୟନାରାୟଣ ନାଗ, ସୁଶୀଲ ମିଶ୍ର, କାର୍ତିକ ବରାଦ, ଜିତେନ୍ ସିଂ, ରାକେଶ ଦୀପ, ତିମିରା ଦୀପ, ଜଟିଆ, ମୁଗୁରି, ଶାସ୍ତ୍ରୀ, ଦୀନେଶ ପଧାନ, ମନବୋଧ ସାହୁ ଉପସ୍ଥିତ ଥିଲେ।

ସେହିପରି ବୁର୍ଲା ବିଜେଡି ପକ୍ଷରୁ ମଧ୍ୟ ବରିଷ୍ଟ ବିଜେଡି ନେତା ଅଶୋକ ମହାକୁଡ଼ଙ୍କ ପରାମର୍ଶରେ ଯୁବ ନେତୃବର୍ଗ ଓ ସମାଜସେବୀ ସୂର୍ୟ୍ୟକାନ୍ତ ସ୍ୱାଇଁ, ଅଭିମନ୍ୟୁ ରାଉତ, ସିଦ୍ଧାର୍ଥ ପ୍ରଧାନ, ଶାଶ୍ୱତ ସାହୁ, ପପୁ ଦାନୀ, ମନୋଜ ସାହୁ, ଅକ୍ଷୟ ପଣ୍ଡା, ରାକେଶ ପାତ୍ର, ବାଦଲ ପଟନାୟକ, ଶାନ୍ତନୁ ସାମଲ, ସଞ୍ଜୟ ଭୋଇ, ସଂଜୀବ ଭୋଇ ଉପସ୍ଥିତ ରହି ବୁର୍ଲା ସହରର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛକ, ପରିବା ବଜାର ଓ ଅନ୍ୟାନ୍ୟ ସ୍ଥାନରେ ମାସ୍କ ବଣ୍ଟନ କରିବା ସହ କରୋନା ମହାମାରୀ ଓ ସୁରକ୍ଷା ବିଷୟରେ ଲୋକମାନଙ୍କ ସହ ଆଲୋଚନା କରି ସଚେତନତା ବାର୍ତ୍ତା ଦେଇଥିଲେ।

Comments are closed.